ଉତ୍ତରାଖଣ୍ଡରେ ଚାଞ୍ଚଲ୍ୟକର ଘଟଣା; ଆତତାୟୀଙ୍କ ଗୁଳିରେ 'କାର ସେବା ଡେରା' ପ୍ରମୁଖ ମୃତ

Published By : Prameya-News7 Bureau | March 28, 2024 IST

ସିକ୍କିମ୍: ଉତ୍ତରଖଣ୍ଡ ଉଦମ ନଗରରେ ଚାଞ୍ଚଲ୍ୟ । ବାବା ତରସେମ୍ ସିଂହଙ୍କୁ ହତ୍ୟା । ଗୁଳମାରି ହତ୍ୟା କଲେ ଅଜଣା ଆତତାୟୀ । ଦୁଇ ଅଜଣା ଯୁବକ ବାଇକରେ ଆସି ଉଦମ ସିଂହ ନଗର ଗୁରୁଦ୍ବାରାରେ  ଗୁଳିମାଡ଼ କରିଛନ୍ତି । ବାବା ତରସେମ୍ ସିଂହଙ୍କୁ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି । ଡିଆଇଜି ଯୋଗେନ୍ଦ୍ର ରାଓତ ଗୁରୁଦ୍ବାରାରେ ନିରୀକ୍ଷଣ କରୁଛନ୍ତି । 

ସୂଚନା ଅନୁଯାୟୀ, କାର ସେବା ଡେରା ପ୍ରମୁଖ ନାନକମତ୍ତା ବାବା ତରସେମ ସିଂହଙ୍କୁ ଦୁଇ ଅଜଣା ଆତତାୟୀ ଅଚାନକ ଆସି ଗୁଳିମାଡ଼ କରିଥିଲେ । ଫଳରେ ବାବା ଗୁରୁତର  ଭାବେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବାବା ତରସେମ ସିଂହଙ୍କ ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  

ବାବାଙ୍କ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ୍ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ଏହା ସହିତ ଆକ୍ରମଣକାରୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି । ବାବାଙ୍କୁ ହତ୍ୟା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତିନି ସେକେଣ୍ଡ ମଧ୍ୟରେ ହତ୍ୟାକାରୀ ଦ୍ବୟ ଦୁଇଟି ଗୁଳି ମାରିଥିଲେ । ଉତ୍ତରଖଣ୍ଡ ପୋଲିସ କାର ସେବା ଡେରା ପ୍ରମୁଖଙ୍କ ହତ୍ୟା ଘଟଣାରେ ଏକ ଯାଞ୍ଚ କମିଟି ଗଠନ କରିଛି । 

 

  • Uttarakhand
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.